Report Card Odisha

| Daily Odia News

ଯୁବତୀଙ୍କ ଘର ଆଗରେ ଯୁବକଙ୍କ ମୃତଦେହ…..

ରିପୋର୍ଟ କାର୍ଡ / ରାଉରକେଲା

ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ଏଭଳି ଘଟଣା ଘଟିଛି ରାଉରକେଲା ସହରର ସେକ୍ଟର ୧୬ଅଞ୍ଚଳର ଶିବାଜୀ ନଗର ବସ୍ତିରେ। ମୃତ ଯୁବକ ଜଣଙ୍କ ହେଲେ ସୋନୁ ବଡାଇକ । ଆଜି ସୋନୁଙ୍କ ମୃତଦେହ ଯୁବତୀଙ୍କ ଘର ସାମ୍ନାରେ ଥିବା ଗଛରେ ଓହଳିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସୋନୁଙ୍କ ମୃତଦେହ ନିକଟରେ ତାଙ୍କ ଚପଲ ଓ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡ଼ିଛି। ଉକ୍ତ ଯୁବତୀଙ୍କ ସହ ସୋନୁଙ୍କର ପ୍ରେମ ସମ୍ପର୍କ ଥିଲା। ତାଙ୍କ ସ୍ୱାମୀକୁ କିଏ ହତ୍ୟା କରି ଟାଙ୍ଗି ଦେଇଥିବା ସୋନୁଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିବାହ କରିବାକୁ ଯୁବତୀ ମନା କରିବାରୁ ସୋନୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସାଇଣ୍ଟି‍ଫିକ୍‌ ଟିମ୍‌ ଓ ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

 

Breaking News