Report Card Odisha

| Daily Odia News

ସେବାୟତଙ୍କୁ ମିଳିବ ବାସଗୃହ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଗରୀବ ତଥା ବାସହୀନ ସେବାୟତଙ୍କୁ ମିଳିବ ବାସଗୃହ। ବହୁ ପ୍ରତିକ୍ଷୀତ ବାସହୀନ ସେବାୟତଙ୍କ ଆବାସ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା। ହରଚଣ୍ଡୀ ସାହି ମୌଜାରେ ପ୍ରାୟ ୩ ଏକର ଯାଗା ଚିହ୍ନଟ କରାଯାଇ ପାଚେରୀ ଘେରାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ୪୦୦ରୁ ୫୦୦ ସେବାୟତ ଉପକୃତ ହେବେ | ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଶ୍ରୀଜଗନ୍ନାଥ ମନ୍ଦିର ସେବାୟତମାନଙ୍କ ସାମାଜିକ, ଅର୍ଥନୈତିକ ସର୍ବେକ୍ଷଣ ସରିବା ପରେ ସେବାୟତ ବାସଗୃହ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୨୦୧୪ ଓ ୨୦୧୫ ରେ ସେବାୟତ ଜଣଗଣନା କରାଯାଇଥିଲା। ନବକୃଷ୍ଣ ଚୌଧୁରୀ center for development studies ତରଫରୁ ସେବାୟତ ମାନଙ୍କର socio economic status କୁ ନେଇ ପୁନଃ ଗଣନା ହୋଇଥିଲା। ଏହି ସେବାୟତ ବାସଗୃହ ଯୋଜନାରେ ଗରିବ ଓ ଆର୍ଥିକ ସ୍ୱଚ୍ଛଳ ନଥିବା ସେବାୟତ ଉପକୃତ ହେବେ। ପ୍ରଥମେ ୪୦୦ ସେବାୟତଙ୍କ ପାଇଁ ଚିହ୍ନଟ ହୋଇଥିବା ଜମିରେ G+ 3 ଆପାର୍ଟମେଣ୍ଟ ନିର୍ମାଣ କରାଯିବ। ଚଳିତ ଆର୍ଥିକ ବର୍ଷ ବଜେଟରେ ହରଚଣ୍ଡୀ ଓ ମାଟିମଣ୍ଡପ ସାହି ମୌଜାରେ ସେବାୟତ ବାସଗୃହ ଯୋଜନା ପାଇଁ ମୋହର ବାଜିଥିଲା। ଅନେକ ସେବାୟତଙ୍କ ଆର୍ଥିକ ଅବସ୍ଥା ଦୟନୀୟ ଥିବାବେଳେ ଆର୍ଥିକ ଅଭାବ ଅନାଟନରେ କାଳାତିପାତ କରୁଥିବା କିଛି ସେବାୟତ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତେଣୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ଅନୁଯାଇ ଯଥାଶୀଘ୍ର ସେବାୟତଙ୍କ ପାଇଁ ଉଦିଷ୍ଟ ଆବାସିକ ଯୋଜନା ଶୀଘ୍ର କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି |

Breaking News