ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍ ଓ ୫୦ଟି ଇ-ଅଟୋ । ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍ରେ ୧୦ଟି ମୋ’ ଇ-ବସ୍ ଗଡୁଛି । ଇ-ବସ୍ରେ ଗାଇଡ୍ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ। ସେହିପରି ବିଭିନ୍ନ ରୁଟ୍ରେ ୫୦ଟି ଇ-ଅଟୋ ରିକ୍ସା ମଧ୍ୟ ବୁଲିବ। ଇ-ଅଟୋ ଚଳାଇବା ପାଇଁ କେବଳ ମହିଳା ଓ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି। ଆଜିଠାରୁ ୩୧ ତାରିଖ ଯାଏଁ ଇ-ବସ୍ରେ ଯାତ୍ରୀଙ୍କୁ ମାଗଣା ସେବା ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବସ ଗୁଡ଼ିକ ୯, ୧୧, ୧୨ ଓ ୨୩ ନମ୍ବର ରୁଟ୍ରେ ଚାଲିବ। ପରବର୍ତ୍ତୀ ସମୟରେ ଅନ୍ୟ ରୁଟ୍ ଗଡ଼ ବୋଲି ଜଣାପଡ଼ିଛି। ଏହି ଉଦଘାଟନୀ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ବିଭାଗୀୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଏବେ କ୍ରୁଟ୍ ପକ୍ଷରୁ ମୋଟ ୨୫୫ଟି ଡିଜେଲ ବସ୍ ଚଳପ୍ରଚଳ କରୁଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..