ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ | ଏହାର ପ୍ରଭାବରେ ୬ରୁ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ | ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ୨ ଦିନ ହେଲା ରାଜ୍ୟରେ ପାଗ ଶୁଖିଲା ରହିଛି । ମୌସୁମୀ-ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଅଗଷ୍ଟ ୫ ଯାଏ ପାଗ ଏହିଭଳି ଶୁଖିଲା ରହିବ। ମୌସୁମୀ ଦୁର୍ବଳ ହେବା କାରଣରୁ ଦୁଇ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି । ମୌସୁମୀ ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଅଗଷ୍ଟ ୫ ଯାଏ ପାଗ ଶୁଖିଲା ରହିବ । କିଛି ସ୍ଥାନରେ କେବଳ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି । ମୌସୁମୀ ନିମ୍ନ-ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ କମିଛି ଓ ଗତ ୨୪ ଘଣ୍ଟାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ମଝିରେ ମଝିରେ ଅପରାହ୍ଣରେ ପରିଚଳନଜନିତ ବର୍ଷା ହୋଇପାରେ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..