ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆପତ୍ତିଜନକ ମନ୍ତବ୍ୟ ପାଇଁ ଶେଷରେ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ମାଗିଛନ୍ତି। ଅଧୀର ‘ରାଷ୍ଟ୍ରପତ୍ନୀ’ ବୋଲି ରାଷ୍ଟ୍ରପତି ଙ୍କୁ ମନ୍ତବ୍ୟ ଦେଇଥିଲେ | ଏହା ପାଟିରୁ ଭୁଲ ବଶତଃ ରାଷ୍ଟ୍ରପତ୍ନୀ ବାହାରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି। ‘ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ’ ବୋଲି ଚିଠିରେ ଅଧୀର ଲେଖିଛନ୍ତି। ସୂଚନା ଥାଉକି, ଶ୍ରୀଚୌଧୁରୀଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏକ ଭିଡ଼ିଓରେ ସେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିଥିଲେ। ଯାହା ସମାଲୋଚନାର ବିଷୟ ହୋଇଥିଲା । ଏହାଛଡ଼ା ଏଭଳି ମନ୍ତ୍ରବ୍ୟକୁ ନେଇ ମଧ୍ୟ ସଂସଦରେ ବିରୋଧୀଙ୍କୁ ଶାସକ ଦଳର ସାଂସଦମାନେ ଟାର୍ଗେଟ କରି ସମାଲୋଚନା କରିଥିଲେ। ମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତା ରମଣ ଏହି ମନ୍ତବ୍ୟକୁ ବିରୋଧ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ମଧ୍ୟ ଦାବି କରିଥିଲେ।





More Stories
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..