Report Card Odisha

| Daily Odia News

ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍‌ କଲା ED…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଥନୈତିକ ଠକେଇ କାରବାର୍‌ ନେଇ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇଛି । ମୋଟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହି ସମ୍ପତ୍ତି ମଧ୍ୟରେ ପ୍ରଭାତ ବିଶ୍ୱାଳ ଓ ମିଡିଆଗୁରୁ କନ୍ସଲଟାନ୍ସିର ସମ୍ପତ୍ତି ରହିଛି । କଟକ ଏସ୍‌ବିଆଇରେ ଥିବା ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କା ରହିଛି ।  ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବା ଅଭିଯୋଗ ଆଧାରରେ ସମ୍ପତ୍ତି ଆଟାଚ୍ ହୋଇଛି। ଆରବିଆଇ ଓ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏଭଳି ଘଟଣାକୁ ନେଇ ପ୍ରଭାତ ବିଶ୍ୱାଳ କହିଛନ୍ତି ଏସବିଆଇରେ ୨୫ ଲକ୍ଷ ଟଙ୍କା ଡିପୋଜିଟ ଥିଲା । ଏହାବାଦ୍ ତାଙ୍କର କୌଣସି ସମ୍ପତ୍ତି ନଥିବା କଥା ସେ କହିଛନ୍ତି । ୩ କୋଟି ୯୨ ଲକ୍ଷ ଲୋନ୍ ଟଙ୍କା ଅଟେ । ତାଙ୍କ ଲୋନ୍‌ର ୨୫ ଲକ୍ଷ ଟଙ୍କା ଏସବିଆଇ ବ୍ୟାଙ୍କରେ ଡିପୋଜିଟ୍ ଥିଲା । ଯାହାକୁ ଜାମିନ ବାବଦକୁ ଇଡି ବ୍ୟାଙ୍କ୍‌କୁ କହି ଜବତ କରିଥାଇପାରେ ବୋଲି ପ୍ରଭାତ କହିଛନ୍ତି ।

Breaking News