ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ହେଲେ ଜୟନାରାୟଣ ମିଶ୍ର | ଆଜି ରାଜ୍ୟ ବିଜେପି ପକ୍ଷରୁ ଜୟନାରାୟଣ ଙ୍କ ନାମ ଘୋଷଣା କରାଯାଇଛି | ପୂର୍ବରୁ ବିରୋଧୀ ଦଳ ନେତା ଦାୟିତ୍ୱରେ ଥିବା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଗୃହରେ ଅନୁପସ୍ଥିତ ରହିଥିଲେ । ତେଣୁ ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିଥିଲେ । ଦଳର ଶୀର୍ଷ ନେତୃତ୍ୱ ତର୍ଜମା କରିବା ପରେ ଜୟନାରାୟଣ ମିଶ୍ର ନାମ ଘୋଷଣା ହୋଇଛି | ଉଲ୍ଲେଖ ଯୋଗ୍ୟ -୨୦୧୯ ବିଧାନସଭା ନିର୍ବାଚନ ପରେ ବିରୋଧୀ ଦଳ ନେତା ତାଲିକାରେ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ମୋହନ ମାଝୀ, ପ୍ରଦୀପ୍ତ ନାଏକ ରହିଥିଲେ । ଶେଷରେ ପ୍ରଦୀପ୍ତ ଙ୍କୁ ଚୟନ କରିଥିଲେ ଦଳର ହାଇକମାଣ୍ଡ । ପ୍ରଦୀପ୍ତ ନାଏକଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲା ବିଜେପି। ସେ ବର୍ତ୍ତମାନ ଅସୁସ୍ଥତା କାରଣରୁ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି। ଏମିତିରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାନସଭାରେ ବିରୋଧୀ ଦଳ ନେତା ଶୂନ୍ୟ ଜଣା ପଡୁଛଥିଲା । ଏହି କ୍ରମରେ ଦଳ ସମ୍ବଲପୁରର ଚାରି ଥରର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..