ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୩୧୪୦୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜଣେ, ବାଲେଶ୍ୱର ୧୧, ବରଗଡ଼ ୬୫ , ଭଦ୍ରକ ୧୦, ବଲାଙ୍ଗୀର ୨୭, ବୌଦ୍ଧ ୧୫,କଟକ ୬୮, ଦେଓଗଡ଼ ୫, ଢେଙ୍କାନାଳ ୨, ଗଜପତି ୭, ଜଗତସିଂହପୁର ୬, ଯାଜପୁର ୧୫, ଝାରସୁଗୁଡ଼ା ୧୨, କଳାହାଣ୍ଡି ୩୮, କନ୍ଧମାଳ ୨୨, କେନ୍ଦୁଝର ୧୧ , ଖୋର୍ଦ୍ଧା ୧୭୩ , କୋରାପୁଟ ୧୩, ମୟୁରଭଞ୍ଜ ୭୦, ନବରଙ୍ଗପୁର ୨୮, ନୟାଗଡ଼ ୧୭,ନୂଆପଡ଼ା ୧୩, ପୁରୀ ୮, ରାୟଗଡ଼ା ୧୪, ସମ୍ବଲପୁର ୯୩, ସୋନପୁର ୨୪, ସୁନ୍ଦରଗଡ଼ ୨୨୨, ଷ୍ଟେଟ ପୁଲ୍ରୁ ୩୯ଜଣ ରହିଛନ୍ତି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..