Report Card Odisha

| Daily Odia News

ବିଜୟ ନାୟକ ହେଲେ ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବ ଗଣମାଧ୍ୟମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅବସରପ୍ରାପ୍ତ ପ୍ରଶାସକ ତଥା ଜଣାଶୁଣା ସାହିତ୍ୟିକ ବିଜୟ ନାୟକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ସଚିବ ଗଣମାଧ୍ୟମ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ସେ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ନିଯୁକ୍ତି ପାଇଥିଲେ । ଏହି ପଦବୀରୁ ସେ ଜୁନ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ବେଳେ ନୂଆ ପଦବୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ବିଜୟ ନାୟକ ଓଡ଼ିଶା ସାହିତ୍ୟ ଜଗତର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ହେଲା ସାହିତ୍ୟ ପତ୍ରିକା ‘କାହାଣୀ’ର ସଂପାଦକ ଅଛନ୍ତି। ଛାତ୍ର ଜୀବନରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନ ଓ ଉତ୍କଳ ୟୁନିଭରସିଟି ଛାତ୍ର ୟୁନିୟନର ସଭାପତି ଥିଲେ। ବିଜୟ ନାୟକ ଓଡ଼ିଶା ସାହିତ୍ୟ ଜଗତର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ହେଲା ସାହିତ୍ୟ ପତ୍ରିକା ‘କାହାଣୀ’ର ସଂପାଦକ ଅଛନ୍ତି। ଛାତ୍ର ଜୀବନରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନ ଓ ଉତ୍କଳ ୟୁନିଭରସିଟି ଛାତ୍ର ୟୁନିୟନର ସଭାପତି ଥିଲେ।

Breaking News