ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ବଦଳାଇ ଜାତୀୟ ପତାକା ‘ତ୍ରିରଙ୍ଗା’ ଫଟୋ ରଖିଛନ୍ତି। ଦେଶର ଜନତାଙ୍କୁ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ପାଳନ କରିବା ପାଇଁ ଆନ୍ଦୋଳନ ରୂପରେ ଏପରି କରିବା ପାଇଁ ଅନୁରୋଧ କରିଛନ୍ତ । ରବିବାର ୩୧ ଜୁଲାଇରେ ପ୍ରସାରିତ ‘ମନ କି ବାତ୍’କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଆଜାଦୀ କା ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନ ରୂପରେ ପରିବର୍ତ୍ତନ ହୋଇଛି। ଏହାସହ ପ୍ରଧାନମନ୍ତ୍ରୀ ୨ ରୁ ୧୫ ଅଗଷ୍ଟ ମଧ୍ୟରେ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ରୂପରେ ତ୍ରିିରଙ୍ଗା ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଫଟୋକୁ ବଦଳାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ବଦଳାଇବା ସହ ଟ୍ୱିଟ କରି କହିଛନ୍ତି, ଆଜି ୨ ଅଗଷ୍ଟ ବିଶେଷ ଦିନ। ଏପରି ସମୟରେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ସହ ଆମ ଦେଶ ତ୍ରିିରଙ୍ଗା ଅଭିଯାନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ତ୍ରିିରଙ୍ଗା ମହୋତ୍ସବ ଏକ ସାମୂହିକ ଆନ୍ଦୋଳନ। ମୁଁ ପ୍ରୋଫାଇଲ୍ ଫଟୋ ବଦଳାଇ ସାରିଛି, ଆପଣମାନେ ମଧ୍ୟ ଏପରି କରିବେ ବୋଲି ଆଶା କରୁଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..