Report Card Odisha

| Daily Odia News

ସରକାରୀ କର୍ମଚାରୀଙ୍କର ମହଙ୍ଗା ଭର୍ତ୍ତା ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ନେତୃତ୍ୱାଧୀନ କ୍ୟାବିନେଟ ଏହି ବଡ଼ ନିଷ୍ପତ୍ତିକୁ ଅନୁମୋଦନ କରିଛି। ରାଜ୍ୟ ସୂଚନା ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଶାନ୍ତ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତାକୁ ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଆସନ୍ତା ବର୍ଷ ମାର୍ଚ୍ଚରେ ତ୍ରିପୁରାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ତୀବ୍ର ହେବାପରେ ମହଙ୍ଗା ବୃଦ୍ଧି ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ରାତିରେ ସୁଶାନ୍ତ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ବଳର ଅଭାବ ସତ୍ତ୍ୱେ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ମନ୍ତ୍ରୀ ପରିଷଦ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି କାରଣରୁ ସରକାରଙ୍କୁ ବାର୍ଷିକ ୫୨୩.୮୦ କୋଟି ଟଙ୍କା ଭାର ବହନ କରିବାକୁ ପଡିବ। ତ୍ରିପୁରା ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧,୦୪,୬୮୩ ନିୟମିତ କର୍ମଚାରୀ ଏବଂ ୮୦,୮୫୫ ପେନସନଭୋଗୀଙ୍କ ସମେତ ମୋଟ ୧,୮୮,୪୯୪ ଲୋକ ଉପକୃତ ହେବେ।

Breaking News