ରିପୋର୍ଟ କାର୍ଡ / କୋରାପୁଟ
ନଦୀ ପାର ପର ହେବା ବେଳେ ନଦୀ ମଝିରେ ଫସି ଗଲେ ମା’ ଓ ୫ ବର୍ଷର ପୁଅ। ହଠାତ୍ ନଦୀ ଫୁଲି ଯିବାରୁ ପ୍ରଖର ଆସିଥିଲା | ନଦୀ ମଝିରେ ଥିବା ଏକ ବାଲି କୁଦର ଅନାବନା ଗଛକୁ ଧରି ଦୀର୍ଘ ୩ ଘଣ୍ଟା ଠିଆ ହେବା ପରେ ଏହି ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି ନିକଟସ୍ଥ ଗାଁର ଯୁବକମାନେ। ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗ୍ରାମରେ। ସୂଚନା ମୁତାବକ, ଉକ୍ତ ଗ୍ରାମର ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ ବର୍ଷର ଶିଶୁପୁତ୍ର ନଦୀ ଆରପଟ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରୁ ନଦୀ ଭିତର ଦେଇ ଫେରିବା ବେଳେ ହଠାତ ଜୋର ସ୍ରୋତ ସହ ମାଡ଼ିଆସିଥିଲା ବନ୍ୟାପାଣି। ବର୍ଷା ଯୋଗୁ ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ଏହାର କାରଣ ହୋଇଥିଲା। ଆଉ ନଈ ମଝିରେ ଉଭୟ ଫସି ଯାଇଥିଲେ। ନା ଅପରପାର୍ଶ୍ୱକୁ ଫେରି ପାରିଥିଲେ, ନା ଗାଁ ନିକଟ ନଦୀକୂଳରେ ପହଞ୍ଚି ପାରିଥିଲେ।






More Stories
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….