ରିପୋର୍ଟ କାର୍ଡ / ରାଉରକେଲା
ପ୍ରତିଦିନ କିଛି ନା କିଛି ପରକୀୟା ପ୍ରୀତି ଘଟଣା ସାମ୍ନାକୁ ଆସୁଛି | କେଉଁଠି କିଏ ଭାଉଜ ପ୍ରେମରେ ପାଗଳ ତ ଆଉ କିଏ ସ୍ତ୍ରୀ ପିଲାକୁ ଛାଡ଼ି ନିଜଠାରୁ ସାନ ଯୁବତୀମାନଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିଡିଓ, ଯାହାକୁ ଦେଖି ଆପଣଙ୍କର ମଧ୍ୟ ହୋସ୍ ଉଡିଯିବ । ଭିଡିଓରେ ଚୋରା ପ୍ରେମ କରି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ହାତରେ ଧରା ପଡିଛନ୍ତି । ଫଳରେ ବିଚ ରାସ୍ତାରେ ସୃଷ୍ଟି ହୋଇଛି ତୁମୁଳ କାଣ୍ଡ । ବାପର ପ୍ରେମିକାକୁ ଦେଖି ଝିଅ ରାଗରେ ତମ ତମ । ରାଗ ଏତେ ବଢି ଯାଉଛି ଯେ ବାପର ପ୍ରେମିକାର ଚୁଟି ଝିଙ୍କିବାକୁ ପଛାଉ ନାହାନ୍ତି ଝିଅ । ମା ମଧ୍ୟ କମ ନୁହେଁ ସ୍ୱାମୀକୁ ଅନ୍ୟ ଯୁବତୀଙ୍କ ସହ ଦେଖି ଖରାପ ଭାଷାରେ ଗାଲି ଗୁଲଜ କରିବା ଜୋତାରେ ମାରିବାକୁ ବି ପଛାଉନାହାନ୍ତି । ଏଭଳି ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି । ଏହି ଅଭାବନୀୟ ଦୃଶ୍ୟ ହେଉଛି ରାଉରକେଲା ବଣାଇ ଅଞ୍ଚଳର ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..