ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ | ଗତ୩ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ଭିତରେ ଉଠା ଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍ସି ଓ କମିଶନରେଟ୍ ପୋଲିସ ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି। ଉଠା ଦୋକାନୀଙ୍କୁ ପୋଲିସର ଏକ ଟିମ୍ ଜଗିବ। ଯେପରି ମାର୍କେଟ ବିଲ୍ଡିଂ ଭିତରକୁ କୌଣସି ଉଠା ଦୋକାନୀ ପଶି ପାରିବେନି, ସେନେଇ ବିଏମ୍ସିର ଏକ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଦୃଷ୍ଟି ଦେବ ବୋଲି ନିଷ୍ପତ୍ତି ହୋଇଛି। କିଛି ଦିନ ତଳେ ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଗଣ୍ଡଗୋଳ ହେବା ପରେ ମାର୍କେଟ ବିଲ୍ଡିଂ ଗତ ୩ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ବିଏମ୍ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।






More Stories
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..