Report Card Odisha

| Daily Odia News

ବର୍ଷାଙ୍କୁ ଜେରା କଲା ଇଡି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ମୁମ୍ବଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ପାତ୍ରା ଚଲ୍‍ ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ସମନ ଜାରି କରିଥିଲା । ବିଭିନ୍ନ ପ୍ରସଙ୍ଗରେ ଇଡି ତାଙ୍କୁ ଜେରା କରିଛି । ସଞ୍ଜୟ ରାଉତଙ୍କୁ ଏକ କଳାଧନ ମାମଲାରେ ଗତ ରବିବାର ଦିନ ଗିରଫ କରାଯାଇଥିଲା । ଗୋରେଗାଓଁ ସହରତଳି ଅଞ୍ଚଳରେ ପାତ୍ରାଚଲର ପୁନର୍ବିକାଶରେ ହୋଇଥିବା ଆବାସ ଆର୍ଥିକ ଅନିୟମିତତା ସହ ଶ୍ରୀ ରାଉତ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା। ଗତକାଲି ଇଡି ବର୍ଷା ରାଉତଙ୍କୁ ସମନ ଜାରି କରିଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଗତକାଲି ଇଡି ଅଫିସ୍‍ରେ ପହଞ୍ଚିପାରି ନଥିଲେ । ପୂର୍ବରୁ ତାଙ୍କୁ ଏହି ମାମଲାରେ ଜେରା କରାଯାଇ ସାରିଛି । ଇଡି ଏହା ପରେ ତାଙ୍କ ଦାଦର ସ୍ଥିତ ଏକ ଫ୍ଲାଟ୍‍ ଓ ଅଲିବାଗ ସ୍ଥିତ ଖିମ୍‍ ବିଚ୍‍ ନିକଟରେ ୮ଟି ପ୍ଲଟ୍‍କୁ ଜବତ କରିଥିଲା । ବର୍ଷା ରାଉତ, ସ୍ୱପ୍ନା ପଟକରଙ୍କ ସହ ସେଗୁଡ଼ିକୁ କିଣିଥିଲେ । ସ୍ୱପ୍ନା ପଟକର ସୁଜିତ ପଟକରଙ୍କର ପତ୍ନୀ । ସୁଜିତ ପଟକର ସଞ୍ଜୟ ରାଉତଙ୍କର ଜଣେ ଘନିଷ୍ଠ ସହଯୋଗୀ ।

Breaking News