ରିପୋର୍ଟ କାର୍ଡ / ଯାଜପୁର
ଜିଏସଟି ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାଣିଜ୍ୟକର ଓ ଜିଏସଟି ବିଭାଗ,କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷ ପାଣିଙ୍କ ଘର ଉପରେ ଆଜି ସକାଳୁ ଭିଜିଲାନ୍ସ ଟିମ ରେଡ଼ କରିଥିବା ସୂଚନା ମିଳିଛି | ବ୍ୟାସନଗର, କଟକ, ଭୁବନେଶ୍ୱରର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ସୂଚନା ମିଳିଛି। ବ୍ୟାସନଗର ସହରର ଚୋରଦା ଛକଠାରେ ଥିବା ପିୟୁଷ ପାଣିଙ୍କ ଘରେ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଏହି ଚଢାଉରେ ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ କର୍ମଚାରୀ ସାମିଲ ହୋଇଛନ୍ତି।






More Stories
ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ…..
ଗୁଟଖା ବ୍ୟବସାୟ ବନ୍ଦ…..
୨୦୨୭ରୁ ନୂଆ ନିୟମ ଲାଗୁ…..