ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜନ୍ମଦିନ ଉତ୍ସବରେ ଦୁଷ୍କର୍ମର ଶିକାର ହେଲେ ଯୁବତୀ | ଚାଲିଗଲା ଅକାରଣରେ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରରେ | ଜଣେ ଯୁବକ ନିଜ ପ୍ରେମିକାଙ୍କ ଜନ୍ମଦିନ ଉତ୍ସବ ପାଳନ କରିବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ବର୍ଥ-ଡେ ସପ୍ରାଇଜ୍ ଦେବାପାଇଁ ପ୍ରେମିକ ପ୍ରେମିକାକୁ ଏକ ହୋଟେଲ୍କୁ ଡାକି ଡ୍ରଗ୍ସ ଅଧିକ ମାତ୍ରାରେ ଦେଇଥିଲେ। ଫଳରେ ଯୁବତୀ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇଥିଲେ। ସେହି ସମୟରେ ଯୁବକ ଫାଇଦା ଉଠାଇ ପ୍ରେମିକା ସହ ଦୁଷ୍କର୍ମ କରିଥିଲେ। ଏହା ପରେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ଘଟଣାକୁ ନେଇ ଯୋଧପୁର କମିଶନରଙ୍କ ଡିସିପି ଡକ୍ଟର ଅମୃତା ଦୁହନ କହିଛନ୍ତି, ‘ଅଗଷ୍ଟ ୬ ତାରିଖରେ ତାଙ୍କ ପାଖକୁ ଏକ ଡସ୍ପିଟାଲରୁ ଖବର ଆସିଥିଲା ଯେ, ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କ ଶବକୁ ଜବତ୍ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଯୋଧପୁରର ଉଦୟ ମାଣ୍ଡିର ରାଜ ରଣଛୋଡ ମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଥିଲା। ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା’। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘୨୨ ବର୍ଷୀୟ ଏହି ଯୁବତୀଙ୍କୁ ତାଙ୍କ ଭଉଣୀ ଗୁରୁତର ଅବସ୍ଥାରେ ମହାତ୍ମା ଗାନ୍ଧୀ ଡାକ୍ତରଖାନାକୁ ଅଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରେ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଇଛି।’






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..