ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଆକ୍ରମଣାତ୍ମକ ହୋଇଉଠିଛି ଚୀନ୍। ସ୍ବୟଂଶାସିତ ଦ୍ବୀପଦେଶ ଚାରିପଟେ ଏହା ସମରାଭ୍ୟାସ କରିବା ସହ ତାଇୱାନକୁ ଡରାଇବାକୁ ଚେଷ୍ଟା କରୁଛି। ତାଇୱାନ ଚାରିପଟେ, ଏପରି କି ମେଡିଆନ ରେଖା ଅତିକ୍ରମ କରି ବି ଏହା ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନରୁ ଗୁଳିଗୋଳା ଚଳାଇବା ଓ ଜଳରାଶି ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ଦେଖିବାକୁ ମିଳୁଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ)ର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ୍ ପକ୍ଷରୁ କୁହାଯାଇଛି ଯେ ଏହା ଦ୍ବୀପଦେଶ ଚାରିପଟେ ଯୁଦ୍ଧପୋତ-ଧ୍ବଂସୀ ଆକ୍ରମଣ ଜାରି ରଖିବ ଓ ସମୁଦ୍ର ଉପରେ ବି ଗୁଳିଗୋଳା ମାଡ଼ କରିବ। ଚୀନ୍ ତାଇୱାନ ଚାରିପଟେ କରୁଥିବା ଚାରିଦିନିଆ ସମରାଭ୍ୟାସ ଶେଷ ହୋଇଥିବା ବେଳେ ଏହାପରେ ତାଇୱାନ ଆଉ ଆତଙ୍କରେ ରହିବନି ବୋଲି ମନେକରାଯାଉଥିଲା। କିନ୍ତୁ ସୋମବାର ବେଜିଂ ପକ୍ଷରୁ ସମରାଭ୍ୟାସ ଜାରି ରଖାଯିବ ବୋଲି ଘୋଷଣା କରାଯାଇଛି। ତେବେ କେତେଦିନ ଏମିତି ହରକତ ଚାଲିବ ସେ ବିଷୟରେ କିଛି କୁହାଯାଇ ନାହିଁ।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..