ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସର ସ୍ଥିତି ଭଲ ନଥିବା ବେଳେ ଦଳ ଛାଡ଼ୁଛନ୍ତି ଅନେକ ନେତା | କଟକର ଅନେକ କଂଗ୍ରେସ ନେତା ଦଳ ଛାଡିଛନ୍ତି । ଆଜି ଦଳର ପଦଯାତ୍ରା ପୂର୍ବରୁ ୨୭ରୁ ଅଧିକ କଂଗ୍ରେସ ନେତାମାନେ ଦଳ ଛାଡିଥିବା ସୂଚନା ମିଳୁଛି । ଦଳ ଛାଡିଥିବା ଅନେକ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ସମର୍ଥକ । ମୋକିମଙ୍କୁ କଂଗ୍ରେସ ନୋଟିସ୍ କରିଥିବା ଘଟଣାକୁ ଏମାନେ ନିନ୍ଦା କରିଛନ୍ତି । ଏମାନେ ଅଭିଯୋଗ କରିଛନ୍ତି, ନିଜ ଭିତରେ ନିଜକୁ ଯୋଡି ପାରୁନି କଂଗ୍ରେସ । ଦଳୀୟ ସାଂଗଠନିକ ନେତା ଠିକ୍ ନାହାନ୍ତି । ତେଣୁ ପଦଯାତ୍ରା କରି ଲାଭ କ’ଣ ବୋଲି ଏମାନେ ପ୍ରଶ୍ନ କରିଛନ୍ତି । ଏହା ସହ ଦଳ ଛାଡିଥିବା ନେତାମାନେ କହିଛନ୍ତି, ନୂଆ ପିସିସି ସଭାପତି ହାତ ବାନ୍ଧି ବସିଛନ୍ତି । କେବଳ ଚିଠିରେ କାମ କରୁଛନ୍ତି । ସେପଟେ ପିସିସି ସଭାପତି କହିଛନ୍ତି, ସେ କିଛି ମାସ ହେଲା ସଭାପତି ହୋଇଛନ୍ତି । ସେ ଭଲ କି ଖରାପ ହେଲେ ସେମାନେ ଜାଣିଲେ କେମିତି । କିଏ ଦଳ ଛାଡିଲେ କଂଗ୍ରେସକୁ ଫରକ ପଡ଼ିବନି । ମୋକିମଙ୍କ ସହ ତାଙ୍କର ଆଲୋଚନା ହୋଇଛି । ସେ ଦଳରେ ଅଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..