Report Card Odisha

| Daily Odia News

ଓଲଟିଲା ପର୍ଯ୍ୟଟକ ବସ୍‌, ୪୦ ଆହତ…..

ରିପୋର୍ଟ କାର୍ଡ / ବାଲେଶ୍ଵର

ପଶ୍ଚିମବଙ୍ଗରୁ ପୁରୀକୁ ଜଗା ଦର୍ଶନ କରିବା ପାଇଁ ଆସୁଥିବାବେଳେ ବସ୍‌ଟି ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୪୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରେ ଘଟିଛି | ସୂଚନା ଅନୁସରେ-ଭୋରୁ ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ପଶ୍ଚିମବଙ୍ଗ ଜିଲ୍ଲା ଚବିଶପ୍ରଗଣା ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିଲା। ତଳନଗର ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

 

Breaking News