ରିପୋର୍ଟ କାର୍ଡ / ସମ୍ବଲପୁର
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷାରେ ରାଜ୍ୟର ଅନେକ ଜିଲ୍ଲା ବେହାଲ | ଏହି ଲଗାଣ ବର୍ଷା ଯୋଗୁଁ ପାହାଡରୁ ପଥର ଖସିଥିବା ଦେଖିବାକୁ ମିଳିଛି । ସମ୍ବଲପୁର-ବରଗଡ ଜାତୀୟ ରାଜପଥ ବୁର୍ଲା ନିକଟ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡରୁ ପଥର ଖସିଛି । କିଛି ପଥର ଖଣ୍ଡ ଖସି ଆସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ଲେନ୍ କୁ ସକାଳୁ ବନ୍ଦ କରିଦିଆଯାଇଛି । ମଙ୍ଗଳବାର ସମ୍ବଲପୁର ଜିଲ୍ଲାକୁ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଫଳରେ ସମ୍ବଲପୁର-ବରଗଡ ମଝିରେ ଥିବା ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡରୁ ପଥର ଖସିଥିଲା । ଯାହା ଫଳରେ ସେହି ରାସ୍ତା ଦେଇ ଯାତାୟତ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତାର ଗୋଟିଏ ଲେନ୍କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..