ରିପୋର୍ଟ କାର୍ଡ / ଭୁବନେଶ୍ବର
ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଫସିଲେ ରାଜସ୍ବ ନିରୀକ୍ଷକ | ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ା ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝି ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଜବତ ବାଲି ଟ୍ରକ୍ ଛାଡ଼ିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ ଦେବାଶିଷ ମାଝି।ନିଜ କାର୍ଯ୍ୟାଳୟ ଭିତରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ଆରଆଇଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….