ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାର ଅଟଳ ପେନସନ୍ ଯୋଜନାର ନିୟମକୁ ପରିବର୍ତ୍ତନ କରିଛନ୍ତି | ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପେନସନ୍ ସୁବିଧା ଲାଗି ଦେଶରେ ଆରମ୍ଭ କରାଯାଇଥିବା ଅଟଳ ପେନସନ୍ ଯୋଜନା ନିୟମ ପରିବର୍ତ୍ତନ ହୋଇଛି | ୧ ଅକ୍ଟୋବର ୨୦୨୨ ପରେ ଏହି ଯୋଜନାରେ ଏପରି ଲୋକେ ନିବେଶ କରିପାରିବେନି ଯିଏ ଆୟକର ପୈଠ କରୁଛନ୍ତି । ଏ ନେଇ ସରକାର ନୋଟିଫିକେସନ ଜାରି କରିଛନ୍ତି। ଦେଶରେ ଏପିୱାଇ ୨୦୧୫-୧୬ ମସିହାରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଖାସ ଏପରି ଲୋକଙ୍କ ଲାଗି ଆରମ୍ଭ କରାଯାଇଥିଲା ଯେଉଁମାନେ ଅନ୍ୟ ସରକାର ପେନସନ ଯୋଜନାର ଲାଭରୁ ବଞ୍ଚିତ। ମାତ୍ର ୬ ବର୍ଷରେ ୪ କୋଟି ଲୋକେ ନିଜକୁ ଏହି ଯୋଜନା ଅନ୍ତର୍ଗତ କରିଛନ୍ତି । ୨୦୨୧ ମସିହାରେ ୯୯ ଲକ୍ଷ ଲୋକେ ନିଜକୁ ଯୋଜନାରେ ସାମିଲ କରିଛନ୍ତି। ପେନସନଫଣ୍ଡ ରଗ୍ୟୁଲେଟରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟିଙ୍କ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଏହି ଯୋଜନାରେ ୪.୦୧ କୋଟି ଲୋକେ ନିବେଶ କରୁଥିବେ। ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରାଳୟଙ୍କ ଅନ୍ତର୍ଗତ ବିତ୍ତିୟ ସେବା ବିଭାଗ ଦ୍ୱାରା ଜାରି ନୋଟିଫିକେସନରେ ଯେଉଁମାନେ ଆୟକର ପୈଠ କରୁଛନ୍ତି ସେମାନେ ଅଟଳ ପେନସନ ସ୍କିମ୍ ଲାଗି ଆବେଦନ କରିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ୧ ଅକ୍ଟୋବର ବା ଏହା ପରେ ଯଦି କେହି ଆୟକର ଦାତା ଏହି ଯୋଜନାରେ ଆକାଉଣ୍ଟ ଖୋଲିବେ ତାଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ ଓ ଖାତାରେ ଜମା ଅର୍ଥ ସବସ୍କ୍ରାଇବରଙ୍କୁ ଫେରାଇ ଦିଆଯିବ। ଅଟଳ ପେନସନ ଯୋଜନା ଭାରତୀୟ ନାଗରିକଙ୍କ ଲାଗି ଏକ ପେନସନ ଯୋଜନା ଯାହା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ଲାଗି ଚଳା ଯାଉଛି। ଏହି ଯୋଜନାରେ ନ୍ୟୁନତମ ପେନସନର ଗ୍ୟାରେଣ୍ଟି ଦିଆଯାଏ। ଯାହା ୧,୨,୩,୪ ଓ ୫ ହଜାର ଟଙ୍କାର ପେନସନ ସୁନିଶ୍ଚିତ କରିଥାଏ। ଗ୍ରାହକ ଯେଉଁ ହିସାବରେ ଏହି ଖାତାରେ ଟଙ୍କା ଜମା କରନ୍ତି ସେିହ ହିସାବରେ ୬୦ ବର୍ଷ ଆୟୁରେ ସେମାନଙ୍କୁ ପେନସନ ପ୍ରଦାନ କରାଯାଏ। ନିବେଶର ପରିମାଣ ଓ ଆପଣଙ୍କ ବୟସରୁ ମାଚ୍ୟୋରେଟିରେ କେତେ ପେନସନ ମିଳିବ ତାହା ନିର୍ଦ୍ଧାରିତ ହେବ। ଏହି ଯୋଜନାର ସଞ୍ଚାଳନ ପେନସନ ଫଣ୍ଡ ରେଗ୍ୟୁଲେଟରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫଆରଡିଏ) କରନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..