ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ବାନ୍ଦା ନିକଟରେ ଯମୁନାନଦୀରେ ଏକ ଡଙ୍ଗା ବୁଡ଼ି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏଭଳି ଦୁଃଖଦ ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି | ସୂଚନା ଅନୁସାରେ- ଡଙ୍ଗାରେ ୩୬ ଜଣ ଲୋକ ଥିଲେ। ସେମାନେ ଫତେପୁର ଯାଉଥିଲେ। ଡଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଲୋକେ ଥିବାରୁ ତାହା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଡଙ୍ଗା ବୁଡ଼ିବା ପରେ ୧୬ ଜଣ ପହଁରି ନଦୀ କୂଳକୁ ଫେରି ଆସିଥିଲେ। କିନ୍ତୁ ବାକି ୨୦ ପହଁରା ଜାଣି ନଥିବାରୁ ବୁଡ଼ି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ମାତ୍ର ୪ ଜଣଙ୍କ ଶବ ମିଳିଛି। ସନ୍ଧ୍ୟା ହୋଇ ଆସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ପୋଲିସ ପ୍ରଶାସନ ଓ ଦମକଳବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..