ରିପୋର୍ଟ କାର୍ଡ / ସମ୍ବଲପୁର
ପରିସ୍ରା ଯିବା ବାହାନାରେ କୋର୍ଟ ପରିସରରୁ ପୋଲିସ କୁ ଚକମା ଦେଖାଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି | ଏଭଳି ଘଟଣା ଘଟିଛି ସମ୍ବଲପୁର କୋର୍ଟରେ। ଅଭିଯୁକ୍ତ ଜଣଙ୍କ ହେଲେ ସୁନିଲ ନାୟକ। ମିଳିଥିବା ସୂଚନାଅନୁସାରେ, କତରବଗା ଥାନା ଅଞ୍ଚଳରେ ବାଇକ୍ ଚୋରି ଘଟଣାରେ ଗତକାଲି ସଂଧ୍ୟାରେ ରେଙ୍ଗାଲି ଥାନା ଅଞ୍ଚଳର ସୁନିଲକୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ଆଣିଥିଲା। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ପରିସ୍ରା ଯିବାକୁ ପୋଲିସ କହିଥିଲା। ପରେ ପରିସ୍ରା କରିବା ବାହାନରେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଚମ୍ପଟ ମାରିଥିଲା। ଏହା ପରେ ସାଙ୍ଗରେ ଆସିଥିବା ପୋଲିସ କର୍ମଚାରୀ ଓ ପରେ ଟାଉନ ଥାନା ପୁଲିସ ସୁନିଲକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପୋଲିସ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକା ବନ୍ଦୀ ଖୋଜାଖୋଜି କରୁଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..