ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତକରି ଟି ପ୍ରମୁଖ ଜଳ ସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି | ମୁଖ୍ୟମନ୍ତ୍ରୀ ଟିକପଦା,ରାସଗୋବିନ୍ଦପୁର ବ୍ଲକରେ ସୁବର୍ଣ୍ଣରେଖା ଜଳସେଚନ ଓ ଦେଓ ଜଳସେଚନ ପ୍ରକଳ୍ପ ମୟୂରଭଞ୍ଜ ବାସୀଙ୍କୁ ଭେଟି ଦେଇଛନ୍ତି । ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ୨୭୦୦୦ ହେକ୍ଟରରୁ ଅଧିକ ଚାଷ ଜମି ଜଳସେଚିତ ହେବ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ମୟୂରଭଞ୍ଜ ହେଉଛି କଳା ଓ ସଂସ୍କୃତିର ମାଟି। ରାଜ୍ୟ ବିକାଶରେ ମୟୂରଭଞ୍ଜ ବିଶେଷ ଭୂମିକା ରହିଛି। ସାରା ଦେଶରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଜନଜାତି ଭାଇଭଉଣୀଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ। କୃଷି, ଶିକ୍ଷା,ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷାକୁ ସରକାର ଫୋକସ୍ କରିଛନ୍ତି। ୫ଟି ଜରିଆରେ ସ୍କୁଲ ରୂପାନ୍ତରଣ ପିଲାଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇଛି। ଜନଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସୁଫଳ ମିଳୁଛି। ଶିକ୍ଷା ଓ ରୋଜଗାର ମାଧ୍ୟମରେ ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ୬୮୫ କୋଟି ଟଙ୍କା ବ୍ୟୟରେ ଅତିରିକ୍ତ ୧୭,୧୨୧ ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧାରେ ହୋଇପାରିବ। ଏହାଦ୍ୱାରା ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର ୫୫ ହଜାର ଚାଷୀ ଉପକୃତ ହେବେ। ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ୱାରା କରଞ୍ଜିଆ ବ୍ଲକର ହାତୀବାରିଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ ନିର୍ମିତ। ଉଭୟ ବାମ ଏବଂ ଦକ୍ଷିଣ ପାଶ୍ୱର୍ରେ ୫୮ କି.ମି. କେନାଲ ରହିବ। ୯୯୦୦ ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧା ହେବ। ଏହାଦ୍ୱାରା ପ୍ରାୟ ୧୦୦ଟି ଗ୍ରାମର ପ୍ରାୟ ୨ ଲକ୍ଷ ଲୋକେ ଉପକୃତ ହେବେ।






More Stories
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..