ରିପୋର୍ଟ କାର୍ଡ / ସମ୍ବଲପୁର
ଉପର ମୁଣ୍ଡରେ ଲାଗାଣ ବର୍ଷା କାରଣରୁ ହିରାକୁଦ ଡ୍ୟାମରେ ଜଳ ବଢିବାର ଲାଗିଛି । ତେଣୁ ଆଜି ସକାଳେ ହିରାକୁଦର ୪ଟି ଗେଟ୍ ଖୋଲାଯାଇଥିବା ବେଳେ ବର୍ତ୍ତମାନ ଆଉ ୬ ଟି ଗେଟ୍ ପୁଣି ଖୋଲା ଯାଇଛି । ଯାହାଫଳରେ ଏବେ ମୋଟ ୨୦ ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଛି । ସୁଚନା ମୁତାବକ ଗତକାଲି ହିରାକୁଦର ଜଳ ସ୍ତର ୬.୧୫ ଘନଫୁଟ ରହିଥିଲା । ତେବେ ବର୍ତ୍ତମାନ ଡ୍ୟାମକୁୁ ୩,୭୭,୩୧୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ଡ୍ୟାମରୁ ୩,୩୦,୮୯୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..