ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଟିଏମସି ନେତାମାନଙ୍କୁ ଉସକାଇବା ଆରମ୍ଭ କରିଛି ବିଜେପି। ଟିଏମସି ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହେଉଥିବା ବେଳେ ମମତା କିଛି କରି ପାରୁ ନଥିବାରୁ ବିଜେପି ତାଙ୍କୁ କଟାକ୍ଷ କରିଛି। ମମତା ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କ ଭଳି ଟିଏମସିର ଅନ୍ୟ ନେତାମାନଙ୍କୁ ମଧ୍ୟ ଅଡ଼ୁଆ ପରିସ୍ଥିତି ସମୟରେ ଏକା କରି ଦେବେ। ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଲେ, ସେ କାହାର ବି ହାତ ଧରିବେ ନାହିଁ। ତେଣୁ ଏଥିପାଇଁ ଟିଏମସିର ନେତାମାନେ ସତର୍କ ରୁହନ୍ତୁ ବୋଲି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଓ ଅନୁବ୍ରତ ଗୋରୁ ଚାଲାଣ ମାମଲାରେ ଗିରଫ ହୋଇଛନ୍ତି। ଏମାନେ ମମତାଙ୍କ ପାଇଁ ଅସୁବିଧା ସ୍ଥିତି ସୃଷ୍ଟି କରିଥିବାରୁ ଦରକାର ବେଳେ ବି ସେ ଉଭୟଙ୍କ ଫୋନ ଉଠାଉ ନଥିବା ବିଜେପି ଅଭିଯୋଗ କରିଛି। ଅମିତ ମାଲବ୍ୟ ଟ୍ୱିଟ କରି କହିଛନ୍ତି, “ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ଏବେ ମମତାଙ୍କର ଆବଶ୍ୟକତା ଅଧିକ ଅନୁଭବ କରୁଥିବା ବେଳେ ସେ ଉଭୟଙ୍କ ଫୋନ ଉଠାଇବା ବନ୍ଦ କରି ଦେଇଛନ୍ତି। ଯେତେବେଳେ ଅସୁବିଧା ଆସିଲା ମମତା ଉଭୟଙ୍କୁ ଏକାକୀ ଛାଡ଼ି ଦେଲେ। ଏବେ ଅନ୍ୟ ମନ୍ତ୍ରୀ, ଟିଏମସି ନେତା ଓ ବ୍ୟୁରୋକ୍ରାଟଙ୍କ ପାଇଁ ସତର୍କ ହେବାର ବାର୍ତ୍ତା। ଯେଉଁମାନେ ମମତାଙ୍କ ସହ ମିଶି ଲୁଟ, ହତ୍ୟା ଓ ଦୁଷ୍କର୍ମ କରୁଛନ୍ତି, ସେମାନଙ୍କୁ ମଧ୍ୟ ଦିନ ସେ ଏକୁଟିଆ କରିଦେବେ।”






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……