ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପିରୁ ବିଦା ହୋଇଥିବା ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଆତଙ୍କବାଦୀ ଗିରଫ ହୋଇଛି | ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏଥିପାଇଁ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ଉତ୍ତର ପ୍ରଦେଶର ଶାହାରନପୁରରେ ରହୁଥିବା ମହମ୍ମଦ ନଦୀମକୁ ଦାୟିତ୍ୱ ଦିଆଯାଇଥିଲା। ନଦୀମ ହତ୍ୟା ସୁଯୋଗରେ ଥିବା ବେଳେ ଉତ୍ତର ପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧ ସ୍କ୍ୱାଡତାକୁ ଗିରଫ କରିବାରେ ସକ୍ଷମ ହୋଇଛି।ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ନଦୀମ ନିୟମିତ ଭାବେ ଜୈଶ ଓ ତେହେରିକ-ଇ-ତାଲିବାନ ସଂଗଠନ ସହ ଯୋଗାଯୋଗରେ ଥିଲା। ବିଶେଷ କରି ଜୈଶର ସୈଫୁଲ୍ଲା ସହ ସେ ସିଧାସଳଖ କଥା ହେଉଥିଲା। ସୈଫୁଲ୍ଲାର ଘର ପାକିସ୍ତାନରେ। ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ନଦୀମଙ୍କୁ ଫିଦାୟିନ ବା ଆତ୍ମଘାତୀ ହମଲା କରିବାକୁ କୁହାଯାଇଥିଲା।ତାକୁ ଜେରା କରିବା ବେଳେ ସେ ଏକଥାକୁ ସ୍ୱୀକାର କରିଥିବା ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି। କୁମାର ଆହୁରି କହିଛନ୍ତି, ନଦୀମ ଅନେକ ପ୍ରକାରର ବିସ୍ଫୋରକ ସଂଗ୍ରହ କରିଥିଲା। ଏଥିସହ ଆଇଇଡି ତିଆରି କରିବା ପାଇଁ ବିଭିନ୍ନ ସାମଗ୍ରୀ ମଧ୍ୟ ଯୋଗାଡ଼ କରୁଥିଲା। ଆଇଇଡି ତିଆରି କରିବା ପରେ ସେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ପୋଲିସ କାର୍ଯ୍ୟାଳୟ ଉପରେ ହମଲା କରିବାକୁ ଯୋଜନା କରିଥିଲା।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……