ରିପୋର୍ଟ କାର୍ଡ / ସମ୍ବଲପୁର
ଲଘୁଚାପ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି | ଏହାର ପ୍ରଭାବରେ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଲଘୁଚାପ ବର୍ଷା ଓ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୨୮ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଶନିବାର ପୂର୍ବାହ୍ନରୁ ଅପରାହ୍ନ ମଧ୍ୟରେ ୮ଟି ଗେଟ୍ ଖୋଲାଯାଇଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୭.୦୮ ଫୁଟ ରହିଛି। ହୀରାକୁଦର ଉପରମୁଣ୍ଡରେ ଏବେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୯ ହଜାର ୫୦୮ ଘନ ଫୁଟ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୭ ହଜାର ୩୫ ଘନ ଫୁଟ ଜଳ ନିଷ୍କାସିତ ହେଉଛି। ତେଣୁ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..