ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରିରହିଛି | ଏହା ପ୍ରଭାବରେ ରାଜ୍ୟରେ ବନ୍ୟା ସ୍ଥିତି ରହିଛି | ଏହାରି ଭିତରେ ପୁଣି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ତାରିଖରେ ଉପକୂଳ ଓଡ଼ିଶା ପ୍ରଭାବିତ ହେବାକୁ ଥିବା ବେଳେ ୧୪ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ପ୍ରଭାବିତ ହେବ। ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ସର୍ବାଧିକ ପବନ ୬୫ କିଲୋମିଟର ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୫ ତାରିଖ ଯାଏ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।






More Stories
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..
ଝାରସୁଗୁଡ଼ାରେ ଭୟଙ୍କର ଘୂର୍ଣ୍ଣିଝଡ଼…..