ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୨ ବର୍ଷରୁ ଅଧିକ ଦିନ ଧରି କରୋନା ସଂକ୍ରମଣ ସହିତ ଲଢ଼ୁଛି | ଏହା ଭିତରେ ମଙ୍କିପକ୍ସ ଆତଙ୍କ ଖେଳାଇଛି । ରାଜଧାନୀ ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଜଣେ ଆଫ୍ରିକୀୟ ମହିଳା ବୋଲି ଜଣାପଡିଚନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ସେ ମାସେ ତଳେ ନାଇଜେରିଆ ଯାଇଥିଲେ। ଏହି ମହିଳା ଜଣଙ୍କ ଦୁଇ ଦିନ ତଳେ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଦିଲ୍ଲୀରେ ଏବେ ୨ ଜଣ ମହିଳାଙ୍କ ସମେତ ମୋଟ ୪ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇସାରିଛନ୍ତି। ସଦ୍ୟ ମାମଲାକୁ ମିଶାଇ ଭାରତରେ ମୋଟ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।ଦେଶରେ ମଙ୍କିପକ୍ସ ମାମଲା ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ସେଥିରେ କ’ଣ କରିବାକୁ ହେବ ଏବଂ କ’ଣ ନକରିବା ଉଚିତ୍, ତାହା ଦର୍ଶାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି। ଏହା ଏକ ସଂକ୍ରମିତ ରୋଗ ହୋଇଥିବାରୁ ସମସ୍ତଙ୍କୁ ସାବଧାନତାର ସହ ରହିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟତଃ ବାରମ୍ବାର ସାବୁନରେ ହାତ ଧୋଇବା, ମୁହଁକୁ ଘୋଡ଼େଇବା, ମାସ୍କ ପିନ୍ଧିବା ଓ ହାତରେ ଗ୍ଲୋବ୍ସ ପିନ୍ଧିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ସେହିପରି ନିଜ ଆଖପାଖ ପରିବେଶକୁ ସାନାଟାଇଜ୍ କରିବାକୁ କୁହାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..