ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନ ପୂରଣ କରିବୁ। ଭାରତରେ ଗଣତନ୍ତ୍ର ଲଗାତାର ମଜଭୁତ ହେବାରେ ଲାଗିଛି। ଆମେ ଦାରିଦ୍ର ଓ ଅଶିକ୍ଷା ବିରୋଧରେ ଲଢ଼େଇ ଲଢ଼ିଛୁ। ଆଜି ସାରା ବିଶ୍ବ ଦେଖୁଛି ଭାରତର ଉଦୟ। ଆତ୍ମ ନିର୍ଭର ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିଛି। ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତଗତିରେ ବଢୁଛି। କରୋନ ବିରୋଧରେ ଲଢ଼େଇ ଲଢ଼ିଛି ଭାରତ। ସବୁ କ୍ଷେତ୍ରରେ ଭାରତର ଭାଗୀଦାରି ବଢ଼ିଛି। ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ମହିଳାମାନେ ଆଗକୁ ବଢୁଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଝିଅମାନେ ଦେଶର ମାନ ବଢ଼ାଇଛନ୍ତି। ଏକ ଭାରତ, ଶ୍ରେଷ୍ଠ ଭାରତ ସହ ଦେଶ ଆଗକୁ ବଢୁଛି। ଚାଷୀ, ଯୁବକ ଓ ମହିଳା ଦେଶର ଶକ୍ତି ଅଟନ୍ତି। ନୂଆ ଶିକ୍ଷା ନୀତି ଦେଶକୁ ଆଗକୁ ନେବ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..