Report Card Odisha

| Daily Odia News

ନାବାଳକ ହୋଇବି ୧୯ ବର୍ଷ ଜେଲ ସଜା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣେ ନାବାଳକ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇ ୧୯ ବର୍ଷ ଜେଲରେ ରହିବା ପରେ ଶନିବାର ସୁପ୍ରିମ୍‌କୋର୍ଟ ତାକୁ ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ରାମସୁବ୍ରମଣ୍ୟମ୍‌ଙ୍କ ଖଣ୍ଡପୀଠ କହିଲେ ଯେ, ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁସାରେ ଜଣେ ନାବାଳକକୁ ତିନିବର୍ଷରୁ ଅଧିକ ହାଜତରେ ରଖାଯାଇପାରିବ ନାହିଁ। ନାବାଳକ ହେବା ସତ୍ତ୍ବେ ଆବେଦନକାରୀକୁ ପ୍ରାୟ ୧୮ ବର୍ଷ ୯ ମାସ ଜେଲରେ ରଖାଯାଇ ସାରିଲାଣି। ଅଭିଯୁକ୍ତ ନାବାଳକ ବୋଲି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ୨୦୧୪ରୁ ରାୟ ଦେଇସାରି ଥିବାରୁ ତା’ପରେ ତାକୁ ଆଉ ଜେଲରେ ରଖିବା ଉଚିତ ନ ଥିଲା। ତାକୁ ତତ୍‌କ୍ଷଣାତ୍ ଅନ୍ତରୀଣ ଜାମିନ ଦେଇ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିବାକୁ କୋର୍ଟ ଆଦେଶ ଦେବା ସହ ତାକୁ ସପ୍ତାହରେ ଥରେ ଆସି ସ୍ଥାନୀୟ ଥାନାରେ ଦେଖା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଏକ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୨୦୦୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଏବଂ ଟ୍ରାଏଲ କୋର୍ଟ ତାକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ପରେ ୨୦୧୪ରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ତାକୁ ନାବାଳକ ବୋଲି ଘୋଷଣା କରିଥିଲେ। ଏଣୁ ମୃତ୍ୟୁଦଣ୍ଡ ଟଳିଗଲେ ବି ତାକୁ ଜେଲରୁ ଛଡ଼ାଯାଇ ନ ଥିଲା।

 

Breaking News