Report Card Odisha

| Daily Odia News

କ୍ରୀଡ଼ା ଶିକ୍ଷକ ପଢ଼ାଇବେ ଇତିହାସ ଓ ଭୂଗୋଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକମାନେ ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ ପଢ଼ାଇବେ । ଗତ ୧୧ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଚିଠିର ନକଲ କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକମାନେ ଆବଶ୍ୟକ ସଂଖ୍ୟକ କ୍ଲାସ କରୁନାହାନ୍ତି । ତେଣୁ ସେମାନଙ୍କୁ ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ ପଢ଼ାଇବାକୁ ଡିଇଓ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଶିକ୍ଷାଧିକାରୀ କହିଛନ୍ତି, ସ୍କୁଲମାନଙ୍କରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ କିଛି ବିଷୟରେ ପାଠ ପଢ଼ାଇ ଆଡଜଷ୍ଟ କରିବାକୁ ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି । ମାତ୍ର ଏହା ବାଧ୍ୟତାମୂଳକ ନୁହେଁ । ଯେଉଁ ସ୍କୁଲରେ ପିଲାମାନେ ହିନ୍ଦିକୁ ଚୟନ କରୁନାହାନ୍ତି, ସେଠାରେ ଶିକ୍ଷକମାନେ ବସି ବସି ଦରମା ନେଉଛନ୍ତି । ତେଣୁ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Breaking News