ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ପାଖରେ ହତ୍ୟା କାନ୍ଦ ଘଟିଛି । ମାଆ ସାମ୍ନାରେ ପୁଅକୁ ଖଣ୍ଡାରେ ହାଣି ହତ୍ୟା ହୋଇଛି । ମୃତ ଯୁବକଙ୍କ ନା ଅଜୁ ଦୋରା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ-ଭୋର୍ରୁ ସକାଳୁ ମାଆ ପୁଅ ସ୍କୁଟିରେ ହସ୍ପିଟାଲ ନିକଟରେ ଥିବା ଜଳଖିଆ ଦୋକାନକୁ ଆସୁଥିବା ବେଳେ ଦୁଇ ଜଣ ଦୃବର୍ତ୍ତ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରି ଫେରାର୍ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହତ୍ୟାର କାରଣ ପୂର୍ବଶତ୍ରୁତା ବୋଲି ଜଣାପଡିଛି । ଟାଉନଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।






More Stories
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..