ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଙ୍ଗଳାଦେଶର ରାଜଧାନୀ ଢାକାର ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ୬ଜଣ ଜିଅନ୍ତା ଜଳି ଯାଇଛନ୍ତି। ଢାକାର ଚୌକବଜାର ଅଞ୍ଚଳରେ ଅପରାହ୍ନରେ ଏହି ଘଟଣା ଘଟିଛି। କାରଖାନାର ତଳ ମହଲାରେ ବାରିସାଲ ହୋଟେଲ ରହିଛି। ଏଠାରେ ରୋଷେଇ ଚାଲିଥିବାବେଳେ ଏକ ସିଲିଣ୍ଡର ହଠାତ ବିସ୍ଫୋରଣ ହୋଇଥିଲା। ଫଳରେ ହୋଟେଲର ଚାରିଆଡେ ନିଆଁ ବ୍ୟାପୀ ଯାଇଥିଲା। ସେଠାରେ କାମ କରୁଥିବା ୬ କର୍ମଚାରୀ କୁଆଡେ ଯାଇପାରି ନଥିଲେ। ଫଳରେ ନିଆଁରେ ପୋଡି ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ତତକ୍ଷଣାତ ପ୍ଲାଷ୍ଟିକ କାରଖାନାକୁ ନିଆଁ ବ୍ୟାପୀ ଯାଇଥିଲା। ପ୍ଲାଷ୍ଟିକଗୁଡିକର ଜଳିବା କ୍ଷମତା ଅଧିକ ଥିବାରୁ ଚଞ୍ଚଳ ନିଆଁ ଧରିଥିଲା ଓ ଜଳିବାରେ ଲାଗିଥିଲା। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତତକ୍ଷଣାତ୍ ପଦକ୍ଷେପ ନିଆଯାଇଥିଲା। ବିଭାଗୀୟ ନିର୍ଦ୍ଦେଶକ ଜିଲୁ ରେହମାନଙ୍କ ନେତୃତ୍ବରେ କର୍ମଚାରୀମାନେ ୧୦ ଅଗ୍ନିଶମ ଗାଡି ଜରିଆରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ମୃତକଙ୍କ ମଧ୍ୟରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି ସେମାନେ ହେଲେ ଓସମାନ, ବିଲାଲ, ସୁପନ ଓ ସରିଫ। ତେବେ ଦୁଇଜଣ ଅଧିକ ଜଳିଯାଇଥିବାରୁ ଚିହ୍ନଟ କରାଯାଇପାରୁନାହିଁ ବୋଲି ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……