ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁକଶ୍ମୀରରେ ନଦୀକୁ ଖସି ପଡିଛି ଯବାନଙ୍କ ବସ୍ | ଏଥିରେ ୬ ଜଣ ଆଇଟିବିପି ଯବାନଙ୍କ ମୃତ୍ୟୁ ଘଟିଛି। ବସ୍ ଟି ୩୯ ଜଣ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ସମୟରେ ବ୍ରେକ୍ ଫେଲ୍ ହେବାରୁ ପହଲଗାମର ଫିସଲାନ୍ରେ ଥିବା ଏକ ଘାଟି ତଳକୁ ଖସି ନଦୀରେ ପଡ଼ିଛି । ଏହି ବସ୍ ପଛରେ ଆଇଟିବିପି ଯବାନଙ୍କୁ ନେଇ ଆଉ ଏକ ବସ୍ ଆସୁଥିଲା। ସେଥିରେ ଥିବା ଯବାନମାନେ ଆହତ ଯବାନଙ୍କୁ ଉଦ୍ଧାର କରିଥିଲେ। ଏୟାରଲିଫ୍ଟ କରାଯାଇ ଶ୍ରୀନଗର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..