ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୁତ୍ତ ହାଣିଛନ୍ତି । ଏଭଳି ଘଟଣା ଘଟିଛି ଜୟଦେବ ବିହାର ଅଞ୍ଚଳରେ । ସୂଚନା ଅନୂଯାୟୀ, ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ବସ୍ତିରେ ଦାଦାବଟି, ବ୍ରାଉନ ସୁଗାରକୁ ବିରୋଧ କରିବାରୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ଫଳରେ ବ୍ୟକ୍ତିଙ୍କ ଦୁଇ ହାତରେ ଗଭୀର କ୍ଷତ ହୋଇଥିଲା, ପରେ ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ପୋଲିସ ଏହି ଘଟଣା ଜାଣିବା ପରେ ତଦନ୍ତ ଆରମ୍ଭ କରିଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….