Report Card Odisha

| Daily Odia News

ଆସନ୍ତାକାଲି କଂଗ୍ରେସର “ମହଙ୍ଗାଇ ପର ଚର୍ଚ୍ଚା”…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦରଦାମ ବୃଦ୍ଧିରରୁ ଲୋକଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳୁନାହିଁ | ଦେଶରେ ନିତ୍ୟ ସାମଗ୍ରୀର ଦର ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି | ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ ହେଉଛନ୍ତି | ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୭ ତାରିଖରୁ ୨୩ ପର୍ଯ୍ୟନ୍ତ କଂଗ୍ରେସ “ମହଙ୍ଗାଇ ପର ଚର୍ଚ୍ଚା” କରିବ | ଜନସ୍ୱାର୍ଥ ବିରୋଧୀ ମୋଦୀ ସରକାରଙ୍କ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ଲକ୍ଷନେଇ କଂଗ୍ରେସ “ମହଙ୍ଗାଇ ପର ଚର୍ଚ୍ଚା” ର ୭ ଦିନିଆ ଅଭିଯାନ ଆରମ୍ଭ କରୁଛି |  ଯଦିଦେଖିବା ୨୦୧୪ ମସିହାରେ ପେଟ୍ରୋଲ ଲିଟର ୭୧ ଟଙ୍କା ଥିବା ବେଳେ ୨୦୨୨ ମସିହାରେ ୧୦୩ ଟଙ୍କାରେ ପହଂଚିଛି | ଯାହାକି ପିଟ୍ରୋଲ ଦର ୪୬.୩% ବୃଦ୍ଧି ପାଇଛି | ସେହିପରି ଅନ୍ୟାନ ସାମଗ୍ରୀ ଦେଖିଲେ ଡିଜେଲ ୫୭ ଟଙ୍କା ଥିବା ବେଳେ ବର୍ତ୍ତମାନ ୯୫ ଟଙ୍କା ୧୫ ପଇସା ବଢି ୭୫ % ପ୍ରତିଶତ ବୃଦ୍ଧି ହୋଇଛି | ଏଲପିଜି ସିଲିଣ୍ଡର ୪୧୦ ଟଙ୍କା ରହିଥିବା ବେଳେ ଏବେ ୧୦୮୦ ଟଙ୍କା ଯାହାକି ୧୬୨% ପ୍ରତିଶତ ବଢିଛି | ସୋରିଷ ତେଲ ଲିଟର ୯୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୨୦୦ରେ ପହଞ୍ଚି ୧୨୨% ବୃଦ୍ଧି ହୋଇଛି | ୨୦୧୪ ରେ କ୍ଷୀର ଲିଟର ପିଛା ୩୫ ଟଙ୍କାରେ ମିଳୁଥିବା ବେଳେ ୨୦୨୨ରେ ଲିଟର ୫୦ ଟଙ୍କାରେ ପହଁଚିଛି | ଯାହାକି ୪୫ % ପ୍ରତିଶତ ଦର ବୃଦ୍ଧି ହୋଇଛି | ଅଟା ୨୨ ଟଙ୍କାରେ ମିଳୁଥିବା ବେଳେ ବର୍ତ୍ତମାନ ଅଟା କିଲୋ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଛି| ୮୧ % ପ୍ରତିଶତ ବୃଦ୍ଧି ପାଇଛି | ଏହିକୁ ନେଇ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀରେ ଦରବୃଦ୍ଧି ପ୍ରତିବାଦରେ ବିଶାଳ ଜନ ସମାବେଶ କରିବାକୁ ଯାଉଛି |

 

 

Breaking News