ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରରେ ସୋପିଆନ ଜିଲ୍ଲାର ଜଣେ ପଣ୍ଡିତଙ୍କୁ ହତ୍ୟା କରାଯାଇଛି । ୪୫ ବର୍ଷୀୟ କଶ୍ମୀର ପଣ୍ଡିତ ସୁନୀଲ କୁମାର ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ବେଳେ ସାନ ଭାଇ ପିଣ୍ଟୁ କୁମାର ଭଟ୍ଟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଘଟଣାସ୍ଥଳକୁ ସିଲ କରାଯାଇଛି ଓ ସର୍ଚ୍ଚ ଅପରେସନ ଜାରି ରହିଛି । ବାରମ୍ବାର ପଣ୍ଡିତ୍ ମାନଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ସ୍ଥାନୀୟ ହିନ୍ଦୁ ଓ କେତେକ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି |






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..