Report Card Odisha

| Daily Odia News

କ୍ଷୀର ଦାମ ବଢ଼ିଲା ୨ଟଙ୍କା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି ନାହିଁ | ପ୍ରତେକ ଦିନ କିଛିନା କିଛି ନିତ୍ୟ ବ୍ୟବହାର ସାମଗ୍ରୀର ଦର ବୃଦ୍ଧି ହେଉଛି | ଆଜି ପୁଣି କ୍ଷୀର ଲିଟର ପିଛା ୨ଟଙ୍କା ଦର ବୃଦ୍ଧି ହୋଇଛି । ଚଳିତ ବର୍ଷ ଫେବୃଆରୀ ମାସରେ କ୍ଷୀରର ଦାମ ବଢ଼ିଥିଲା | ଏହାକୁ ମିଶାଇଲେ ଦ୍ୱିତୀୟ ଥର ପାଇଁ କ୍ଷୀରର ଦାମ ବଢ଼ିଛି। ଅମୂଲ ଓ ମଦର ଡାଏରୀ ପକ୍ଷରୁ କ୍ଷୀର ଦାମ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ରୁ ଏହି ଦର ଲାଗୁ ହେବ। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ-ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଛି। କେବଳ ଗୋଖାଦ୍ୟର ଦାମ ଗତବର୍ଷ ତୁଳନାରେ ୨୦% ମହଙ୍ଗା ହୋଇଛି। ଇନପୁଟ ଦାମକୁ ଦୃଷ୍ଟିରେ ରଖି ଆମ ସଦସ୍ୟ ୟୁନିୟନ ଚାଷୀଙ୍କ ପ୍ରାପ୍ୟକୁ ୮ରୁ୯% ବୃଦ୍ଧି କରିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ଷୀରର ଦାମ ବୃଦ୍ଧି କରାଯାଇଛି। ଆସନ୍ତା କାଲିଠାରୁ ଗ୍ରାହକଙ୍କୁ କମ୍ପାନୀର ସଂପୂର୍ଣ୍ଣ କ୍ରିମ କ୍ଷୀର ପାଇଁ ଲିଟର ପିଛା ୬୧ ଟଙ୍କା ଦେବାକୁ ହେବ। ଆଜି ଏହାର ଦାମ ୫୯ ଟଙ୍କା ରହିଛି। ମଇଁଷି କ୍ଷୀର ଲିଟର ପିଛା ୫୧ ଟଙ୍କା ଓ ଡବଲ ଟୋନଡ ୪୫ ଟଙ୍କାରେ ବିକ୍ରି ହେବ। ସେହିପରି ଗାଈ କ୍ଷୀରର ଦାମ କମ୍ପାନୀ ଲିଟର ପିଛା ୫୩ ଟଙ୍କାକୁ ବୃଦ୍ଧି କରିଛି।

Breaking News