ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ହାଉଡ଼ା ମ୍ୟୁନ୍ସପାଲଟିର ଉଲୁବେରିଆ ସହରର ଆବର୍ଜନାସ୍ଥଳରୁ ୧୭ ଭ୍ରୁଣ ଉଦ୍ଧାର ହୋଇଛି। ଭ୍ରୁଣରେ ରହିଛନ୍ତି ୧୦ ମହିଳା ଏବଂ ୬ ପୁରୁଷ ବୋଲି ଚିହ୍ନଟ କରାଯାଇଛି। ଉଲୁବେରିଆ ମ୍ୟୁନ୍ସିପାଲଟି ସୂଚନା ଅନୁସାରେ-ଉଲୁବେରିଆ ଟାଉନ ଅଞ୍ଚଳର ଦେଢ଼ କିଲୋମିଟର ମଧ୍ୟରେ ୩୦ ଟି ଘରୋଇ ନର୍ସିଂହୋମ ରହିଛି । ଏହି ଭ୍ରୁଣ ଗୁଡ଼ିକୁ ନର୍ସିଂ ହୋମ ପକ୍ଷରୁ ପକାଯାଇ ଥିଲା କି ନାହିଁ ପୋଲିସ ତାହା ତଦନ୍ତ କରୁଛି । ନର୍ସିଂହୋମରୁ ଡାକ୍ତରୀ ବର୍ଜ୍ୟବସ୍ତୁ ଭାବରେ ଏହି ଭ୍ରୁଣଗୁଡ଼ିକୁ ଏଠାରେ ପକାଯାଇବା ପୋଲିସ ସନ୍ଦେହ କରୁଥିବା ବେଳେ ଭ୍ରୁଣ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଇଛି ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..