ରିପୋର୍ଟ କାର୍ଡ / ନୂଆପଡ଼ା
ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ମୃତ ଯୁବକଙ୍କ ନାଁ ଅନନ୍ତରାମ ରାଉତ। ମିଳିଥିବା ସୂଚନାରେ ଗତକାଲି ରାତିରେ ଢେକୁନପାନି ଗାଁକୁ କିଛି ନକ୍ସଲ ଆସି ଅନନ୍ତରାମଙ୍କୁ ଘରୁ ଡାକି ନେଇ ଯାଇଥିଲେ। ଆଜି ସକାଳେ ଯୁବକଙ୍କ ମୃତଦେହ ଗାଁ ମୁଣ୍ଡରେ ରକ୍ତଯୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା | ଏହି ଘଟଣାରେ ପୋଲିସ ତଦନ୍ତ ଚଳାଇଛି |






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..