Report Card Odisha

| Daily Odia News

୫ ପୋଲିସ କର୍ମଚାରୀ ନିଲମ୍ବିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏକାଥରେ ୫ ପୋଲିସ କର୍ମଚାରୀ  ଙ୍କୁ ନିଲମ୍ବିତ କରାଯାଇଛି | କର୍ତ୍ତବ୍ୟରେ ଅନିୟମିତତା ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୫ ପୋଲିସ କର୍ମଚାରୀ । ଏହି କର୍ମଚାରୀମାନେ କୁଡୁମୁଲୁଗୁମ୍ମାସ୍ଥିତ ପୋଲିସ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ନିଲମ୍ବିତ ହୋଇଥିବା ୫ ପୋଲିସ କର୍ମଚାରୀଙ୍କ ମଧ୍ୟରେ ASI କମଳ ଲୋଚନ ନାୟକ ଓ ଅନ୍ୟ ୪ ଜଣ କନଷ୍ଟେବଳ ଅଛନ୍ତି। ବିଶ୍ୱସ୍ତ ସୂତରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୫ ପୋଲିସ ଗତ ବୁଧବାର ଏକ ଗଞ୍ଜେଇ ବୋଝେଇ ଗାଡ଼ି ଧରିଥିଲେ । ମାତ୍ର ଗାଡ଼ିଟିକୁ ଛାଡ଼ି ଦେବାକୁ ମୁଲଚାଲ କରୁଥିଲେ। ଏପରିକି ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଧରି ଟଙ୍କା ଉଠାଇବାକୁ ଏଟିଏମ୍‌କୁ ଯାଇଥିଲେ। ଖବର ପାଇ ଏସଡିପିଓ ପହଞ୍ଚି ଗଞ୍ଜେଇ ବୋଝେଇ ଗାଡ଼ିଟିକୁ ଜବତ କରିଥିଲେ।ଏହାପରେ ଗତକାଲି ମାଲକାନଗିରି ଏସ୍‌ପି ଏହି ୫ ପୋଲିସ କର୍ମଚାରୀଙ୍କ ନିଲମ୍ବନ ଆଦେଶ ଦେଇଛନ୍ତି।

 

Breaking News