Report Card Odisha

| Daily Odia News

ଭୁଶୁଡିଲା ୫ ମହଲା କୋଠା…..

ରିପୋର୍ଟ କାର୍ଡ / ମୁମ୍ବାଇ

ମହାରାଷ୍ଟ୍ରର ବୋରିଭଲି ପଶ୍ଚିମର ସାଇବାବା ନଗରରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। କିନ୍ତୁ କୋଠାଟି ଖାଲି ଥିଲା ଏବଂ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ତେବେ ମାଟି ତଳେ କେହି ଫଶି ରହିଛନ୍ତି କି ନାହିଁ ଦମକଳ କର୍ମଚାରୀ ସେ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ସୂଚନା ଅନସାରେ, ବୋରିଭଲି ପଶ୍ଚିମର ସାଇବାବା ନଗରରେ ସାଇବାବା ମନ୍ଦିର ନିକଟରେ ଥିବା ଗୀତାଞ୍ଜଳି ବିଲ୍ଡିଂ ଦିନ ପ୍ରାୟ ୧୨ଟା ସମୟରେ ଭୁଶୁଡ଼ି ପଡ଼ିଥିଲା। ଖବର ପାଇ ମୁମ୍ବାଇ ଦମକଳର ପ୍ରାୟ ଆଠଟି ଗାଡ଼ି, ଦୁଇଟି ଉଦ୍ଧାରକାରୀ ଭ୍ୟାନ ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିଏମସି ଅଧିକାରୀ କହିବା ଅନୁଯାୟୀ, କୋଠାଟିକୁ ବିପଦସଙ୍କୁଳ ଘୋଷଣା କରାଯାଇ ଖାଲି କରି ଦିଆଯାଇଥିଲା।

Breaking News