Report Card Odisha

| Daily Odia News

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର….

ରିପୋର୍ଟ କାର୍ଡ / ଦେବଗଡ଼

ପ୍ରେମୀଯୁଗଳ ଏକାଠି ରହିବେ ବୋଲି ପ୍ରତିଶୃତି ଦେଇଥିଲେ | କଥା ରଖି ଏକାଠି ଗଛରେଝୁଲିପଡ଼ିଛନ୍ତି ଯୁବକଯୁବତୀ | ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରେ | ଆଜି ଏକ ମହୁଲ ଗଛରୁ ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରାଯାଇଛି। ସୂଚନା ଅନୁସାରେ-ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମୃତ ଯୁବକ ଆଉଁଳି ଗ୍ରାମର ଆଲୋକ ବେହେରା ହୋଇଥିବା ବେଳେ ଯୁବତୀ ଜଣକ ଅନୁଗୋଳ ଜିଲ୍ଲା ବଡଗୁଣ୍ଡୁରି ଗ୍ରାମର ବୋଲି ଜଣାପଡ଼ିଛି। ଯୁବତୀ ଜଣକ ଆଉଁଳି ଗ୍ରାମକୁ ଆସିଥିଲେ। ମାତ୍ର କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି |

Breaking News