ରିପୋର୍ଟ କାର୍ଡ / କେନ୍ଦୁଝର
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ବୀଭତ୍ସ ଭାବରେ ହତ୍ୟାକାଣ୍ଡ ଘଟିଛି | ଜଣେ ବ୍ୟକ୍ତିଙ୍କୁ ନିଜ ଘରକୁ ଡାକି ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରିଛି ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆରେ। ମୃତକ ହେଲେ ବାମେବାରୀ ଥାନା ବସନ୍ତପୁରର ମାଣ୍ଡୁ ମୁଣ୍ଡା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଠୁବୁ ମାଝିଙ୍କୁ ଅଟକ ରଖିଛି ପୁଲିସ୍। ସୂଚନା ଅନୁଯାୟୀ, ଉଭୟ ମାଣ୍ଡୁ ମୁଣ୍ଡା ଓ ଠୁବୁ ମାଝୀଙ୍କ ଘର ବସନ୍ତପୁରରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଶତ୍ରୁତା ଲାଗି ରହିଛି। ଗତକାଲି ଠୁବୁ କୌଣସି କାମରେ ନିଜ ଘରକୁ ମାଣ୍ଡୁଙ୍କୁ ଡାକିଥିଲେ। ମାଣ୍ଡୁ ପହଞ୍ଚିବା ପରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିଲା। ଉତ୍ତ୍ୟକ୍ତ ଠୁବୁ ଏକ ଧାରୁଆ କଟୁରୀରେ ମାଣ୍ଡୁଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ଏହାପରେ ସେ ମାଣ୍ଡୁଙ୍କ ମୁଣ୍ଡକୁ ଏକ ଗାମୁଛାରେ ଗୁଡ଼ାଇ ଘରେ ରଖିଥିବା ବେଳେ କାହାକୁ କିଛି କହିନଥିଲେ | ହତ୍ୟା ଘଟାଇ ସାରିଥିବା ଠୁବୁ ବିଚଳିତ ଥିବା ବେଳେ ସନ୍ଧ୍ୟା ପରେ ଏ ସଂକ୍ରାନ୍ତରେ ନିଜ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଠୁବୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..