Report Card Odisha

| Daily Odia News

ବେକରେ ବ୍ଲେଡ୍‌ ମାରି ଚେନ୍‌ ଲୁଟ…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟି ନେଲେ ଲୁଟେରା ଗ୍ୟାଙ୍ଗ୍‌ । ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଲୋକେ କାବୁ କରି ଟାଉନ୍‌ ଥାନା ପୋଲିସରେ ଜିମା ଦେଇଛନ୍ତି । ୩ ଜଣଙ୍କ ନାମ ଦୌଲତ୍‌ ଗିରି , ଅମିର ଗିରି ଓ କାହ୍ନା ଚୌହାନ୍‌ ବୋଲି ଜଣାପଡିଛି ।ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ବସ୍ତା ଅଞ୍ଚଳର ଧୀରେନ୍‌ କୁମାର ମହଲ୍‌ ଓ ତାଙ୍କ ପରିବାର ଶ୍ରୀମନ୍ଦିର ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ସାରି ବସ୍‌ଷ୍ଟାଣ୍ଡ୍‌ ଆଡକୁ ଫେରୁଥିଲେ । ଏହି ସମୟରେ ମରିଚିକୋଟ ଛକ ଠାରେ ସେମାନଙ୍କୁ ଟାର୍ଗେଟ୍‌ କରିଥିଲା ଲୁଟେରା ଗ୍ୟାଙ୍ଗ୍‌ । ଧୀରେନ୍‌ଙ୍କ ୫ ବର୍ଷର ଶିଶୁ କନ୍ୟା ବେକରେ ଏକ ସୁନା ଚେନ୍‌ ଥିଲା । ଏହାକୁ ଲୁଟିବାକୁ ଉଦ୍ୟମ କରି ଗ୍ୟାଙ୍ଗ୍‌ର ଜଣେ ବ୍ଲେଡ୍‌ ମାରି ଶିଶୁ ବେକରୁ ସୁନା ଚେନ୍‌ ଲୁଟିଥିଲା । ଏହି ସମୟରେ ଅନ୍ୟ ୨ ଜଣ ସେଠାରେ ଉପସ୍ଥିତ ଥିଲେ । ଲୁଟେରା ଅନ୍ୟ ଜଣକୁ ଚେନ୍‌ ଫିଙ୍ଗି ଖସିଯିବାକୁ ଉଦ୍ୟମ କରିବାବେଳେ ଜଣେ ବସ୍‌ ଚାଳକ ତାକୁ କିଛି ବାଟ ଗୋଡାଇ କାବୁ କରିଥିଲା । ଏହି ସମୟରେ ଲୁଟ୍‌ ହୋଇଥିବା ଜାଣିପାରି ଧୀରେନ୍‌ଙ୍କ ପରିବାର ଲୋକେ ଚିତ୍କାର କରିବାରୁ ଉପସ୍ଥିତ ଲୋକେ ଅନ୍ୟ ୨ ଜଣଙ୍କୁ ଘେରି ଯାଇଥିଲେ । ଉପସ୍ଥିତ ଲୋକ ଲୁଟେରାଙ୍କୁ ମାଡ଼ ମାରିଥିଲେ | ପୋଲିସ ଆସି ୩ ଜଣଙ୍କୁ ଥାନାକୁ ନେଇମାମଲା ରୁଜୁ କରି ଅଟକ ରଖିଥିବା ସୂଚନା ମିଳିଛି |

Breaking News