ରିପୋର୍ଟ କାର୍ଡ / ମୟୂରଭଞ୍ଜ
କାନ୍ଥ ଭୁଶୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଉଦଳା ନିକଟସ୍ଥ ରାଇଡିହି ଗାଁରେ | ଉଭୟ ମୃତ ଭାଇଭଉଣୀ ନାବାଳକ ବୋଲି ଜଣାପଡ଼ିଛି । ଭାଇର ବୟସ ୬ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁ ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ମା’ ପାଖରେ ୨ଜଣ ଝିଅ ଓ ଜଣେ ପୁଅ ଶୋଇଥିଲେ । ଶୋଇଥିବା ବେଳେ ହଠାତ୍ କାନ୍ଥଟି ଭୁଶୁଡ଼ିପଡ଼ିଥିଲା । ଯାହା ଦ୍ୱାରା ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି । ହେଲେ ମା’ ଓ ଅନ୍ୟ ଜଣେ ଝିଅ ଠିକ୍ ଥିବା ଜଣାପଡ଼ିଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..